ଖୁସି ଖବର ସରକାରଙ୍କ ଏହି ବଡ ନିଷ୍ପତି ପରେ ଆପଣ ମାନଙ୍କୁ ଗ୍ୟାସ ସିଲିଣ୍ଡର ମିଳିବ ମାତ୍ର 516 ଟଙ୍କା ରେ , ଜାଣନ୍ତୁ କେମିତି ।

gas-price

ବିନା ସବ୍‌ସିଡି ରୋଷେଇ ଗ୍ୟାସ୍‌ ସିଲିଣ୍ଡର ପ୍ରତି 1000 ଟଙ୍କା ଶସ୍ତା କରିଛନ୍ତି କେନ୍ଦ୍ର ସରକାର । ଡିସେମ୍ବର 1 ରୁ ଏହା ଲାଗୁ ହେବ, ଜାତୀୟ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ପ୍ରତି 516 ଟଙ୍କାରେ ଉପଲବ୍ଧ ହେବ। ସବ୍‌ସିଡିଯୁକ୍ତ ସିଲିଣ୍ଡର ଘରୋଇ ଉପଭୋକ୍ତାଙ୍କ ପାଇଁ ଡିସେମ୍ବର 1 ରୁ 737 ଟଙ୍କା ସ୍ଥାନରେ 516 ଟଙ୍କା ଦେବାକୁ ପଡ଼ିବ। ସାର୍ବଜନିକ କ୍ଷେତ୍ରର କଂପାନୀ ‘ଇଣ୍ଡିଆନ୍‌ ଅଏଲ କର୍ପୋରେଶନ’ ଗୁରୁବାର ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ, ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସ ପାଇବା ପରେ ଏଲପିଜି ସିଲିଣ୍ଡର ଦର ହ୍ରାସ କରାଯାଇଛି। ସବସିଡି ଯୁକ୍ତ ରୋଷେଇ ଗ୍ୟାସ ସିଲିଣ୍ଡର ପାଇଁ ଉପଭୋକ୍ତାଙ୍କୁ ରିଫିଲ ନେବା ସମୟରେ ବଜାର ମୂଲ୍ୟ ହିସାବରେ ଟଙ୍କା ଗଣିବାକୁ ପଡ଼ିବ । ଏହା ପରେ ସବସିଡି ରାଶି ଉପଭୋକ୍ତାଙ୍କର ବ୍ୟାଙ୍କ ଖାତାରେ ଆସିଯିବ । ଉପଭୋକ୍ତାଙ୍କୁ ଏକ ବର୍ଷରେ 12 ସବସିଡି ସିଲିଣ୍ଡର ମିଳୁଛି । ଏଲପିଜି ସିଲିଣ୍ଡର ମୂଲ୍ୟରେ ଆସିଥିବା ହ୍ରାସ ପରେ ଉପଭୋକ୍ତାଙ୍କୁ 142 ଟଙ୍କା  ପ୍ରତି ସିଲିଣ୍ଡର ସବସିଡି ରାଶି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ମିଳିବ ।

ଗ୍ୟାସ ସିଲିଣ୍ଡର ବୁକିଂରେ ମଧ୍ୟ ଏବେ ଅନେକ ସୁବିଧା ଦେଖିବାକୁ ମିଳୁଛି  । ୟୁଜର ନିଜର ଅଧିକ ସମୟ ସୋସିଆଲ୍ ମିଡିଆରେ ବିତାଇଥାନ୍ତି । ଏଥିପାଇଁ ସୋସିଆଲ୍ ମିଡିଆ ଆଜିର ସମୟରେ ଦ୍ରୁତ ଗତିରେ ବଢୁଥିବା ସାଇଟ୍ ହୋଇଯାଇଛି । ଏହି ସାଇଟରେ ୟୁଜରଙ୍କୁ ବିଭିନ୍ନ ପ୍ରକାର ଫିଚର୍ସ ଏବଂ ସେବା ମଧ୍ୟ ଯୋଗାଇ ଦିଆଯାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସାଇଟରେ ଖାଦ୍ୟ ଅର୍ଡର କରିବା,ବ୍ଲଡ୍ ଡୋନେଟ୍ କରିବା ସେବା ଯୋଗାଇ ଦିଆଯାଉଥିଲା କିନ୍ତୁ ଏଥିରେ ଆଉ ଏକ ସର୍ଭିସ୍ ଜଡିତ ହୋଇଛି ଯାହା ବହୁ ପୂର୍ବରୁ ହୋଇଥିଲେ ହେଁ କିଛି ଲୋକଙ୍କୁ ଏନେଇ ସବିଶେଷ ଧାରଣା ନାହିଁ । ତେବେ ଏହି ସେବା ସାଧାରଣ ଲୋକଙ୍କ ପାଇଁ ଯେ ଏକ ଖୁସିର ଖବର ତାହା କହିଲେ ଅତିରିକ୍ତ ହେବ ନାହିଁ । ଏବେ ଏହି ସାଇଟ୍ ଜରିଆରେ ଆପଣ ଗ୍ୟାସ୍ ମଧ୍ୟ ବୁକିଂ ହୋଇପାରିବ ।

ତେବେ ଆଜି ଆସନ୍ତୁ ଜାଣିବା ସୋସିଆଲ୍ ସାଇଟ୍ ଫେସବୁକ୍ ଏବଂ ଟ୍ୱିଟରରେ କିଭଳି ଭାବରେ ଗ୍ୟାସ୍ ସିଲିଣ୍ଡର ବିକ୍ରି କରିପାରିବେ ।ଇଣ୍ଡିଆନ୍ ଅଏଲର ଅଫିସିଆଲ୍ ଫେସବୁକ୍ ପେଜରେ ଏଥିନେଇ ପୂର୍ବରୁ ଡିଟେଲ୍ସ ଦିଆଯାଇଥିଲା । ଏଥିରେ ଫେସବୁକ୍ ୟୁଜର୍ସ କେବଳ ଗୋଟିଏ କ୍ଲିକ୍ ରେ ହିଁ ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ । ଏବେ ପର୍ଯ୍ୟନ୍ତ କେବଳ ଇଣ୍ଡିଆନ୍ ଅଏଲ୍ କରପୋରେସନ୍ ଏହି ସର୍ଭିସ୍ ଦେଇଛି । ସର୍ବପ୍ରଥମେ ନିଜ ଫେସବୁକ୍ ଆକାଉଣ୍ଟ୍ ଲଗ୍ ଇନ୍ କରନ୍ତୁ । ଏଥିରେ ଆପଣଙ୍କୁ ସର୍ଚ୍ଚରେ ଯାଇ ଆଇଓସିଏଲ୍ ଫେସବୁକ୍ ପେଜକୁ ଯିବାକୁ ପଡିବ । ଏବେ ତଳେ ଥିବା ବୁକ୍ ନାଓ ଅପ୍ସନ୍ ରେ କ୍ଲିକ୍ କରନ୍ତୁ । ଏହାପରେ କଣ୍ଟିନ୍ୟୁ ଆଜ୍ ସହ ଆଗକୁ ଯାଆନ୍ତୁ । ଏହାପରେ ନିଜ ଏଲପିଜି ଆଇଡିକୁ ଏଣ୍ଟର କରନ୍ତୁ । ଏବେ କଣ୍ଟିନ୍ୟୁ କ୍ଲିକ୍ କରି ଏଲପିଜି ବୁକ୍ କରନ୍ତୁ ।

Leave a Reply

Your email address will not be published. Required fields are marked *