ବାତ୍ୟା ବୁଲବୁଲ୍ ପ୍ରଭାବରେ ଓଡିଶାର ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ! ଆପଣଙ୍କ ଜିଲ୍ଲା ନାହିଁ ତ ?

batya-news

ବାତ୍ୟା ‘ବୁଲ୍‌ବୁଲ୍‌’ ଧୀରେ ଧୀରେ ଭୀଷଣ ରୂପ ଧାରଣ କରି ସାରି ଆଗକୁ ବଢ଼ିବା ଆରମ୍ଭ କରି ସାରିଲାଣି। ଯଦିବି ଏହି ବାତ୍ୟ ଓଡ଼ିଶାରେ ମାଡ଼ କରିବାର ସମ୍ଭାବନା ଆପାତତଃ ଆଉ ନାହିଁ , ହେଲେ ଓଡିଶା ପ୍ରତି ବିପଦ ଏବେ ଜାଏ ବି ଟଳି ନାହିଁ କହିଲେ ଚଳେ। କାରଣ ଏହି ବାତ୍ୟ ଓଡ଼ିଶା ଉପକୂଳକୁ ଘଷି ହୋଇ ବାତ୍ୟା ଆଗକୁ ବଢ଼ିବବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ୮ରୁ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୬୦ରୁ ୮୦ କିମି ବେଗରେ ପବନ ବହିପାରେ। ସ୍ଥଳ ବିଶେଷରେ ପବନ ୯୦ କିମି ବେଗରେ ବି ଝଟକା ଦେବ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଉପକୂଳବର୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ସତର୍କ କରାଇଛନ୍ତି। ଅନ୍ୟପଟେ ବାତ୍ୟାର ଭୟାବହତା େନଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଉପକୂଳବର୍ତୀ ଅଞ୍ଚଳ ଓ ଚାଷୀ ଆତଙ୍କିତ  ହେବାକୁ ଲାଗିଲେଣି । ହେଲେ ସବୁଠୁ ବଡ କଥା ଏହି ବାତ୍ୟ ଓଡିଶାରେ ମାଡ ନ ହେଲେ ବି 10 ରୁ ଉର୍ଧ ଉପକୁଳ ବର୍ତ୍ତୀ ଜିଲ୍ଲା ଉପରେ ଏହି ବାତ୍ୟା ଗଭୀର ପ୍ରଭାବ ପକାଇବ ।୮ ତାରିଖ ତଥା ଶୁକ୍ରବାର ପୁରୀ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରୁ ଭଦ୍ରକ ଜିଲ୍ଲା ପର୍ଯ୍ୟନ୍ତ ଠାଏ ଠାଏ ପ୍ରବଳ ବର୍ଷା ହେବ। ୯ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁରରେ ମଧ୍ୟମ ଧରଣର ଓ ମୟୂରଭଞ୍ଜ, କଟକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ। ସେହିପରି ୮ ତାରିଖ ଅପରାହ୍ନରୁ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ବର, ଓ ଭଦ୍ରକ ଜିଲ୍ଲାରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ। ସ୍ଥଳ ବିଶେଷରେ ପବନର ବେଗ ୬୫ କିମି ଛୁଇଁପାରେ। ୯ ତାରିଖ ବେଳକୁ ପବନର ବେଗ ବଢ଼ିବ। ଜଗତ୍‌ସିଂହପୁର,କେନ୍ଦ୍ରାପଡା, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ୭୦ରୁ ୮୦ କିମି ବେଗରେ ପବନ ବହିପାରେ। ସ୍ଥଳ ବିଶେଷରେ ଏହା ୯୦ କିମି ଯାଏ ପହଞ୍ଚିବ। ୧୦ ତାରିଖରୁ ପବନର ବେଗ ଧୀରେ ଧୀରେ ହ୍ରାସ ପାଇବ। ୮ ଓ ୯ ତାରିଖରେ ପୁରୀ, ଗଞ୍ଜାମ, ଯାଜପୁର ଜିଲ୍ଲାରେ ୪୦ରୁ ୬୦ କିମି ବେଗରେ ପବନ ହେବ ବୋଲି ଆକଳନ କରାଯାଇଛି।

ଅପରପକ୍ଷରେ ଆରବ ସାଗରରେ ସୃଷ୍ଟି ହୋଇଥିବା ମହା ବାତ୍ୟା ସମ୍ପର୍କରେ ବି ଖବର ଆସି ପହଞ୍ଚିଛି । ଡ. ପଶୁପାଳକଙ୍କ ଆକଳନ କହୁଛି, ୭ ତାରିଖ ସକାଳେ ‘ମହା’ ଗୁଜୁରାଟରେ ପ୍ରବେଶ କରିବା ପରେ ଦୁର୍ବଳ ହୋଇଯିବ। ୯ ତାରିଖଠାରୁ ପୁଣି ଉତ୍ତର ଭାରତରେ ସମ୍ଭାବ୍ୟ ଗୁରୁଚାପ ପବନ ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରରେ ପ୍ରବାହିତ ହେବ। ଯାହାକି ବାତ୍ୟା ଓଡ଼ିଶାକୁ ମୁହାଁଇବାରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବା ସହ ‘ବୁଲବୁଲ’କୁ ଅଧିକ ଦୁର୍ବଳ କରିପାରେ। ଏମିତିକି ଯେଉଁ ସ୍ଥାନରେ ସ୍ପର୍ଶ କଲେ ବି ‘ବୁଲ୍‌ବୁଲ୍‌’ ସ୍ଥଳ ଭାଗରେ ବିଶେଷ ପ୍ରଭାବ ପକାଇବ ନାହିଁ। ପବନ ଓ ବର୍ଷାର ପ୍ରଭାବ ଜଳ ଭାଗ ଭିତରେ ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପାର୍ଶ୍ବ ପ୍ରଭାବ ପଡ଼ିବ। ତେବେ ୯ ତାରିଖ ସକାଳେ ଗତିପଥ ପରିବର୍ତନ କରି ଏକ ନିର୍ଣ୍ଣାୟକ ଭୂମିକା ନେବ। ଯାହାକି ଅଧିକ ସ୍ପଷ୍ଟ ଭାବେ କେଉଁଠାରେ, କେବେ ପହଞ୍ଚିବ କହିହେବ।

 

Leave a Reply

Your email address will not be published. Required fields are marked *