ବଡ ଖବର : ଓଡିଶାର ଏହି ଜାଗାରେ ଆସି ମାଡ ହେବ ବାତ୍ୟା ବୁଲ ବୁଲ ,ସେୟାର କରି ସମସ୍ତଙ୍କୁ ସର୍ତକ କରାନ୍ତୁ

bul-bul-(2)

ଭାରତର ଉତ୍ତରରେ ଥିବା ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାଲି ସଂନ୍ଧ୍ୟାରେ ଅବପାତରେ ପରିଣତ ହୋଇଥିଲା। ଏହା ଅଧିକ ତିବ୍ର ହୋଇ ରାତି ପ୍ରାୟ 12ଟା ରୁ 1 ଟେ ବେଳକୁ ବେଳକୁ ଗଭୀର ଅବପାତ ରୂପ ନେଇ ସାରିଛି। ବୁଧବାର ତଥା ଆଜି ନଭେମ୍ବର 6 ତାରିଖ ଖରାବେଳ ସୁଦ୍ଧା ଏହା ବାତ୍ୟା ରୁପ ଧାରଣ କରି ପ୍ରଥମେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଏବଂ ପରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁଇପାରେ। ତେବେ ଏହାର ନାମ ରହିଛି (ବୁଲ୍‌ବୁଲ୍‌) ।

ତେବେ କେଉଁଠି ସ୍ଥଳ ଭାଗ ଛୁଇଁବ ସେନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ କରାଯାଇ ନାହିଁ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ ସମ୍ଭାବ୍ୟ ବାତ୍ୟା ରାତି 9ଟା 15 ସୁଦ୍ଧା ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ 870 କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେହିଭଳି ଏହା ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜଠାରୁ 960 ଓ ବାଂଲାଦେଶର ଖେପୁପାରାଠାରୁ 970 କିମି ଦୂରରେ ରହି ଶକ୍ତି ସଂଚୟ କରୁ ଅଛି । 6 ତାରିଖରେ ଏହା ବାତ୍ୟା ରୂପ ନେବା ସମୟରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୭୫ରୁ ୯୫ କିମି ରହିବ। 7 ତାରିଖ ପୂର୍ବାହ୍ନ ବେଳକୁ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇସାରିଥିବ। ସେତେବେଳେ ପବନର ବେଗ ଘଣ୍ଟା ପ୍ରତି 110ରୁ 120 କିମି ରହିବା ସହିତ ସ୍ତଳ ଭାଗକୁ 135 କିମି ବେଗରେ ଝଟକା ଦେବ।8 ତାରିଖ ପୂର୍ବାହ୍ନ ବେଳକୁ ଏହା ଅତିଭୀଷଣ ବାତ୍ୟାର ରୂପ ନେବ ଏବଂ ଘଣ୍ଟାପ୍ରତି ପବନର ବେଗ 145 କିମି ‌ଛୁଇଁସାରିଥିବ। ତେବେ ଏହି ସମୟରେ ବାତ୍ୟା ସମୁଦ୍ର ଭିତରେ ରହିଥିବ।

ହେଳେ ସବୁଠୁ ବଡ କଥା ହେଉଛି , ଏହି ବାତ୍ୟ ସ୍ତଳ ଭାଗର କେଉଁ ଅଂଶରେ ନିଜର ପ୍ରକୋପ ଦେଖାଇବ , ତାହା ଏବେ ଜାଏ ଆକଳନ କରାଯାଇ ପାରି ନାହିଁ । ପାଣିପାଗ ବେଶେଷଙ୍ଗ ଙ୍କ ମତ ଅନୁସାରେ ଏହା ଉଭୟ ଓଡିଶା ଓ ପଶ୍ଚିମ ବଙ୍ଗର ଉପକୁଳ ଉପରେ ପ୍ରଭାବ ପକାଇ ପାରେ । ଭାରତୀୟ ପାଣିପାଗ ବିଭାଗର କହିବା ଅନୁସାରେ ପଶ୍ଚିମବଙ୍ଗ ଓ ବାଲାଂଦେଶକୁ ବି ଯାଇପାରେ ଏହି ବାତ୍ୟ ।

ଅପରପକ୍ଷରେ ଆରବ ସାଗରରେ ସୃଷ୍ଟି ହୋଇଥିବା ମହା ବାତ୍ୟା ସମ୍ପର୍କରେ ବି ଖବର ଆସି ପହଞ୍ଚିଛି । ଡ. ପଶୁପାଳକଙ୍କ ଆକଳନ କହୁଛି, ୭ ତାରିଖ ସକାଳେ ‘ମହା’ ଗୁଜୁରାଟରେ ପ୍ରବେଶ କରିବା ପରେ ଦୁର୍ବଳ ହୋଇଯିବ। ୯ ତାରିଖଠାରୁ ପୁଣି ଉତ୍ତର ଭାରତରେ ସମ୍ଭାବ୍ୟ ଗୁରୁଚାପ ପବନ ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରରେ ପ୍ରବାହିତ ହେବ। ଯାହାକି ବାତ୍ୟା ଓଡ଼ିଶାକୁ ମୁହାଁଇବାରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବା ସହ ‘ବୁଲବୁଲ’କୁ ଅଧିକ ଦୁର୍ବଳ କରିପାରେ। ଏମିତିକି ଯେଉଁ ସ୍ଥାନରେ ସ୍ପର୍ଶ କଲେ ବି ‘ବୁଲ୍‌ବୁଲ୍‌’ ସ୍ଥଳ ଭାଗରେ ବିଶେଷ ପ୍ରଭାବ ପକାଇବ ନାହିଁ। ପବନ ଓ ବର୍ଷାର ପ୍ରଭାବ ଜଳ ଭାଗ ଭିତରେ ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପାର୍ଶ୍ବ ପ୍ରଭାବ ପଡ଼ିବ। ତେବେ ୯ ତାରିଖ ସକାଳେ ଗତିପଥ ପରିବର୍ତନ କରି ଏକ ନିର୍ଣ୍ଣାୟକ ଭୂମିକା ନେବ। ଯାହାକି ଅଧିକ ସ୍ପଷ୍ଟ ଭାବେ କେଉଁଠାରେ, କେବେ ପହଞ୍ଚିବ କହିହେବ।

Leave a Reply

Your email address will not be published. Required fields are marked *