22 ନଭେମ୍ବର 2019 ଶୁକ୍ରବାର : ରାଶିଫଳ – ଏହି ସବୁ ରାଶିଙ୍କ ଉପରେ ହନୁମାନ ହେଲେ ପ୍ରସନ୍ନ

rasi-phala

ମେଷ : ଆଜି ଆପଣ ନିଜ ଘରର ସାଜସଜ୍ଜାକୁ ଗୋଟିଏ ନୂଆରୂପ ଦେବାକୁ ଚ଼ାହିଁବେ । ଏଥିରୁ ଆପଣ ନିଜ ଜୀବନରେ ମଧ୍ୟ ନୂଆ ଭାବନା ଅନୁଭବ କରିବେ, ଘରେ କରାଯାଇଥିବା ଏହି ପରିବର୍ତ୍ତନ ଆପଣଙ୍କର ନିଜ ଭିତରେ ଥିବା ପରିବର୍ତ୍ତନ କୁ ହିଁ ଦର୍ଶାଇବ । ଆଜି ଆପଣଙ୍କ ପାଖରେ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ହେବେ। ଚାକିରି ଏବଂ ବ୍ୟବସାୟରେ ସ୍ଥିତି ଆପଣଙ୍କର ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ବୃଦ୍ଧ ତଥା ବରିଷ୍ଠ ନାଗରୀକମାନଙ୍କ ଏବଂ ଉଚ୍ଚ ପଦାଧିକାରିମାନଙ୍କର କୃପା ଦୃଷ୍ଟି ରହିବା କାରଣରୁ ଆପଣ ମାନସିକ ରୂପରେ କୌଣସି ପ୍ରକାରର ବୋଝ ମୁକ୍ତ ହେବେ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପ୍ରମୋଶନର ଯୋଗ ଅଛି।

ବୃଷ : ପରିବାର ଲୋକଙ୍କ ସାଙ୍ଗରେ କେଉଁଠି ବୁଲିବାକୁ ଗଲେ ଆପଣଙ୍କ ସମ୍ପର୍କ ଆହୁରି ଘନିଷ୍ଠ ହେବ । ମନେରଖନ୍ତୁ ନିଜକୁ ସ୍ଫୁର୍ତ୍ତି ରଖିବାକୁ ହେଲେ ପରିବାର ଲୋକଙ୍କ ସାଙ୍ଗରେ ସମୟ କଟାନ୍ତୁ ।ଏହା ଠାରୁ ଭଲ ରାସ୍ତା ଆପଣଙ୍କ ପାଖରେ ନାହିଁ । ବିନା ଭାବି ଚିନ୍ତି କୌଣସି କାମ କରିବେ ନାହିଁ। କାର୍ଯ୍ୟରେ ସଫଳତା ମିଳିବ। ପ୍ରତିଯୋଗୀମାନଙ୍କୁ ଆପଣ ପରାସ୍ତ କରି ପାରିବେ। ଭାଇ-ବନ୍ଧୁମାନଙ୍କ ଏବଂ ପଡ଼ୋଶୀମାନଙ୍କ ସହିତ ଖୁବ୍ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମିଳିବ। ସାର୍ବଜନିକ ମାନ-ସମ୍ମାନ ପ୍ରାପ୍ତି ହେବ। ଚିତ୍ତରେ ପ୍ରସନ୍ନତା ରହିବ।

ମିଥୁନ : ଆଜିର ଦିନ ନିଜର ପରିଜନ ଏବଂ ପ୍ରିୟଜନ ମାନଙ୍କ ସହିତ ବିତାଇବାର ଶୁଭ ଦିନ ଅଟେ । ଆଜି ଆପଣ ଏମିତି ପ୍ରିୟଜନ ମାନଙ୍କ ସହିତ କଟେଇବେ ଯେଉଁ ମାନଙ୍କ ସହିତ ଆପଣ ବହୁତ ଦିନରୁ ଦେଖାକରି ପାରିନାହାନ୍ତି । ଆପଣ ଜିଦ୍ଦୀ ବ୍ୟବହାର ଛାଡ଼ିକରି ସମାଧାନ ପୂର୍ଣ୍ଣ ବ୍ୟବହାର ଆଜି ଆପଣାଇବାକୁ ହେବ। ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରିପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବନାହିଁ। ଆଜି କୌଣସି ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ। ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ।

କର୍କଟ : ଯଦି ଆପଣଙ୍କର ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ସାଙ୍ଗରେ କୌଣସି ମତଭେଦ ଅଛି ତାହା ସୁସମ୍ପର୍କରେ ପରିଣତ ହେବା ଆପଣ ଦେଖିବାକୁ ପାଇବେ । ଏହି ସୁସମ୍ପର୍କ ଦୁଇ ପକ୍ଷର ଚ଼େଷ୍ଟାର ପରିଣାମ ସୂରୂପ ହେବ । ହୃଦୟ ଏବଂ ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। ପରିଜନମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ ଯାତ୍ରା କିମ୍ବା ସାକ୍ଷାତର ଅବସର ଆସିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ଅବସର ଆସିବ। ଆର୍ଥିକ ଲାଭ ହେବ। ଶୁଭ ଅବସର ଉପରେ ବାହର ଯାତ୍ରା ହେବ। ଆନନ୍ଦଦାୟକ ସମାଚାର ପ୍ରାପ୍ତ ହେବ।

ସିଂହ : ଏହି କ୍ଷେତ୍ରରେ ଆପଣ ବଢ଼ାଇଥିବା ପାଦ କେବଳ ଆପଣଙ୍କ ମାନସିକ ଯୋଗ୍ୟତା ନୁହେଁ ଆପଣଙ୍କ ବ୍ୟବସାୟିକ ଦିଗରେ ମଧ୍ୟ ବହୁତ ଲାଭଦାୟକ ହେବ । ଆଜି ଆପଣଙ୍କୁ କିଛି ନୂଆ ଶିଖିବାର ଆଗ୍ରହ ଆପଣଙ୍କୁ ବ୍ୟସ୍ତ କରେଇଦେବ । ଆଜିର ଦିନ ଆପଣଙ୍କପାଇଁ ଅଳ୍ପ କଷ୍ଟଦାୟକ ରହିବ। ସ୍ଵାସ୍ଥ୍ୟ ଖରାପ ହେବ। ପାରିବାରିକ ସଦସ୍ୟମାନଙ୍କ କାରଣରୁ ମନ ଦୁଃଖୀ ହେବ। ମାନସିକ ରୂପରେ ଆପଣ ଅସୁସ୍ଥ ରହିପାରନ୍ତି। କ୍ରୋଧ ଉପରେ ଅଂକୁଶ ରଖିବାକୁ ପଡ଼ିବ। ଦୁର୍ଘଟଣା ପ୍ରତି ସଜାଗ ରୁହନ୍ତୁ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ରହିବ।

କନ୍ୟା : ଆଜି ଆପଣଙ୍କୁ ଏମିତି ଗୋଟିଏ ଜ୍ଞାନ ପ୍ରାପ୍ତି କରିବାର ଅବସର ମିଳିବ ଯେଉଁଥିରେ କି ଆପଣଙ୍କୁ ଲାଭ ହେବ । ଏହି ଜ୍ଞାନ ଆପଣଙ୍କୁ କୌଣସି ବ୍ୟକ୍ତି କିମ୍ବା ପୁସ୍ତକରୁ ପ୍ରାପ୍ତ ହୋଇପାରେ । ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ବହୁତ ଭ୍ରାନ୍ତ ଧାରଣାରୁ ବଞ୍ଚିତ କରିବ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ନୂଆ କାର୍ଯ୍ୟଗୁଡ଼ିକ ପ୍ରାରମ୍ଭ କରନ୍ତୁ ନାହିଁ।

ତୁଳା : ଶିକ୍ଷାକ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣ ଜଣେ ଛାତ୍ର ତାହେଲେ ଆଜି ପଢ଼ା କ୍ଷେତ୍ରରେ ଆପଣ ଆଗରେ ରହିବେ । ଆପଣଙ୍କୁ କୌଣସି ନୂଆ ଜାଗାରେ କିମ୍ବା ନୂଆ ପ୍ରଣାଳୀରେ ପଢ଼ିବା ପାଇଁ ସୁଯୋଗ ମିଳିପାରେ । ଗୃହସ୍ଥ ଜୀବନରେ ସୁଖ-ଶାନ୍ତି ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ଅବସର ମିଳିବ। ଛୋଟ ଯାତ୍ରାର ଆୟୋଜନ ମଧ୍ୟ ହେବାର ସଂଭାବନା ଅଛି। ସ୍ଵାସ୍ଥ୍ୟ ଭଲ ରହିବ। ଧନ ଲାଭ ହେବ। ଦୂରରେ ଥିବା ସ୍ନେହୀଜନମାନଙ୍କର ଭଲ ସମାଚାର ଆପଣଙ୍କୁ ଖୁସି ପ୍ରଦାନ କରିବ।

ବିଚ୍ଛା : ଆଜି ଆପଣ ଏମିତିହିଁ ଗପିବା ସମୟରେ ନିଜର ଶବ୍ଦଗୁଡ଼ିକୁ ବୁଝି ବିଚ଼ାରକରି କହିବେ । ଆପଣ କାହାକୁ କ`ଣ କହୁଛନ୍ତି ଏଥି ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କର ଶବ୍ଦଗୁଡ଼ିକୁ ବୁଲେଇ ଆପଣଙ୍କ ବିରୋଧରେ ବ୍ୟବହାର କରାଯାଇପାରେ । ଆପଣଙ୍କ ବାଣୀ କାରଣରୁ କୌଣସି ସମସ୍ୟା ନ ହେଉ ଏହାର ଧ୍ୟାନ ରଖିବେ। ଉଗ୍ରତାର କାରଣ କୌଣସି ଝଗଡ଼ା ନ ହେଉ ଏହାର ଧ୍ୟାନ ରଖିବେ। ଆଜି ଆଖିରେ ପୀଡ଼ା ହୋଇପାରେ। ପରିଜନମାନଙ୍କ ସାଥିରେ କଳହ ହେବାର ଆଶଂକା ଅଛି। ଆଜି ଆୟ କମ ଏବଂ ଖର୍ଚ୍ଚ ଅଧିକ ହେବ।

ଧନୁ : ଆଜି କାଲି ଯେଉଁ ସମସ୍ୟା ବଢି ଚ଼ାଲିଛି ଆପଣ ତାହାକୁ ଠିକ୍ ଭାବରେ ବୁଝି ଶେଷ କରିବା ପାଇଁ ଚ଼େଷ୍ଟା କରିବା ଉଚିତ୍ । ମାନସିକ ଶାନ୍ତି ପାଇଁ ବାହାରେ କେଉଁଠିବି ବୁଲିବାକୁ ଯାଆନ୍ତୁ କିମ୍ବା କୌଣସି ଭଲ ବହି ପଢ଼ି ପାରନ୍ତି । ଆଜିର ଦିନ ଆପଣଙ୍କ ପାଇଁ ବହୁତ ଅନୁକୂଳ ଅଟେ। ଘରର ବାତାବରଣ ଆନନ୍ଦପ୍ରଦ ରହିବ। ଶାରୀରିକ ରୂପରେ ସୁସ୍ଥ ରହିବେ ଏବଂ ମନ ମଧ୍ୟ ପ୍ରସନ୍ନ ରହିବ। ଚାକିରି ଏବଂ ବ୍ୟବସାୟ ସ୍ଥଳର ବାତାବରଣ ଅନୁକୂଳ ରହିବ। ମା’ ଘରୁ ଭଲ ସମାଚାର ଆସିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ।

ମକର : ଆଜି ଆପଣ ନିଜ ମନ ଖୁସିରଖନ୍ତୁ, ଛୋଟ ବଡ଼ ସମସ୍ୟାରେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆପଣ ଯୁକ୍ତି କରିବା ମୁଡ଼ରେ ଲାଗୁଛନ୍ତି, ତଥାପି ଆପଣ ସବୁକିଛି ସମ୍ଭାଳି ନେବେ । ଆଜିର ଦିନ ଆପଣ ଅଳସୁଆ ରହିବା କାରଣରୁ ଅସ୍ଵସ୍ଥତା ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ସାଥୀ ଦେବ ନାହିଁ। ଉଚ୍ଚ ଅଧିକାରୀମାନେ ଆପଣଙ୍କର କାର୍ଯ୍ୟରେ ସନ୍ତୋଷ ହେବେ ନାହିଁ। ମନରେ ଦ୍ୱନ୍ଦ୍ୱ ରହିବା କାରଣରୁ ନିର୍ଣ୍ଣୟ ନେବାରେ ବାଧା ଆସିବ। ସନ୍ତାନମାନଙ୍କର ସ୍ଵାସ୍ଥ୍ୟ ବିଗିଡ଼ିପାରେ।

କୁମ୍ଭ : ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ । ଆଜିର ଦିନ ଆପଣଙ୍କ ପାଇଁ ଲାଭକାରୀ ଅଟେ। ଚାକିରି ଏବଂ ବ୍ୟାପାରରେ ମଧ୍ୟ ଲାଭର ସଂକେତ ଅଛି। ମିତ୍ରମାନଙ୍କ ସାଥିରେ ଆନନ୍ଦପୂର୍ବକ ସମୟ ବିତାଇ ପାରନ୍ତି। ଅବିବାହିତ ଲୋକମାନଙ୍କର ପାଇଁ ବିବାହର ଯୋଗ ଅଛି। ଆୟର ସାଧନରେ ବୃଦ୍ଧି ହେବ। ଆକସ୍ମିକ ଧନ ମିଳିବ। ଯାତ୍ରା କରିପାରନ୍ତି।

ମୀନ : ଆଜି ଆପଣ ବିଶ୍ରାମ କରନ୍ତୁ କାରଣ ଆପଣଙ୍କୁ କିଛି ସମସ୍ୟା ପାଇଁ ଅସୁବିଧା ହୋଇ ପାରେ । ବେଶୀ ଚ଼ିନ୍ତା କରନାହିଁ, ଆପଣଙ୍କର ସମସ୍ତ ସମସ୍ୟା ଶୀଘ୍ରହିଁ ଶେଷ ହୋଇଯିବ । ଆପଣ ନିଜର ପରିବାରର ଆର୍ଥିକ ଆବଶ୍ୟକତାକୁ ଆଜି ସମ୍ପୂର୍ଣ୍ଣ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ମନରେ ଉତ୍ସାହ ତଥା ବିଚାରରେ ସ୍ଥିରତା କାରଣରୁ ସମସ୍ତ କାର୍ଯ୍ୟ ଆପଣ ଭଲ ଭାବରେ କରି ପାରିବେ। ଆଜି ମନୋରଞ୍ଜନ, ସୌନ୍ଧର୍ଯ୍ୟ-ପ୍ରସାଧନ, ଆଭୂଷଣ ଆଦିରେ ଖର୍ଚ୍ଚ ହେବ।

Leave a Reply

Your email address will not be published. Required fields are marked *