1 ଡିସେମ୍ବର 2019 : ରିବିବାର ରାଶିଫଳ – ଆଜିଠୁ ଏହି ସବୁ ରାଶିଙ୍କର ବଦଳିବାକୁ ଜାଉଛି ଭାଗ୍ୟ

rasi-phala

ମେଷ : ଆଜି ଯେଉଁ ପର୍ଯ୍ୟନ୍ତ ଆପଣଙ୍କର ବ୍ୟବସାୟିକ ଉଦ୍ଦେଶ୍ୟର ପ୍ରଶ୍ନଅଛି ତେବେ ଆପଣଙ୍କର ରାଶି ଭଲ ରହିବ । ଆପଣଙ୍କୁ ଏହି ଜୀବନରେ ସବୁକିଛି ମିଳିପାରିବ ଯଥା ସାଙ୍ଗ, ସାଥୀ, ପରିବାର, ପଇସା ଏବଂ ସଫଳତା । ଆଜିର ଦିନ ଆପଣଙ୍କପାଇଁ ଶୁଭଫଳଦାୟୀ ଅଟେ। ଆଜି ଆପଣଙ୍କ ମନୋବଳ ଏବଂ ଆତ୍ମବିଶ୍ଵାସରେ ଦୃଢ଼ତା ଅନୁଭବ ହେବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ଘରେ ସୁଖ-ଶାନ୍ତିର ବାତାବରଣ ରହିବ।ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ଧର୍ମର କାମକରିବାରେ ଧନ ଖର୍ଚ୍ଚ ହୋଇପାରେ। ଲୋଭରେ ପଡ଼ନ୍ତୁନାହିଁ, ଏହାର ଧ୍ୟାନ ରଖିବେ। ଜମି, ବାସଗୃହ ଆଦିର କାଗଜପତ୍ରକୁ କାହାକୁ ଦେଖାନ୍ତୁ ନାହିଁ। ମାତାଙ୍କର ସ୍ଵାସ୍ଥ୍ୟ ଖରାପ ହୋଇପାରେ,ପ୍ରତିକାର- ଷଣ୍ଢକୁ ରୁଟି ଖାଇବାକୁ ଦିଅନ୍ତୁ।

ବୃଷ : ଆଜି ଆପଣ ନିଜର ମାର୍ଗ ଦର୍ଶନ ପାଇଁ ନିଜର ଆଧ୍ୟାତ୍ମିକତ୍ଜ୍ଞାନର ସାହାରା ନେବେ ।ବୋଧ ହୁଏ ଆପଣ କୌଣସି ଆଧ୍ୟାତ୍ମିକ ବ୍ୟକ୍ତିଙ୍କର ଉପଦେଶେ ନେଇପାରନ୍ତି । ଏହି ବ୍ୟକ୍ତିଙ୍କର ଉପଦେଶ ଉପରେ ଆପଣ ଭରଷା କରିପାରନ୍ତି । ଆଜି ନକାରାତ୍ମକ ମାନସିକତା ସହିତ ବ୍ୟବହାର ନ କରିବାକୁ ଉପଦେଶ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥ ରହିବେ। ମନରେ ଦୁଃଖ ଏବଂ ଅସନ୍ତୋଷର ଭାବନା ରହିବ। ଆଖିରେ ପୀଡ଼ା ହେବାର ଆଶଂକା ଅଛି। ପାରିବାରିକ ବାତାବରଣ ଅନୁକୂଳ ରହିବ ନାହିଁ। ଧନର ଅଧିକ ଖର୍ଚ୍ଚ ହେବ।ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ମିଥୁନ : ଏହି ସମୟ ଆପଣଙ୍କର ଯୋଗୀ ପରୀକ୍ଷାରେ ଭାଗ ନେବାର ଉପଯୁକ୍ତ ସମୟ । ଆପଣ ନିଶ୍ଚୟ ସଫଳ ହେବେ । ଏହି ପରୀକ୍ଷାରେ ଆତ୍ମବିଶ୍ୱାସର ସହ ଭାଗ ନିଅନ୍ତୁ  | ଉଗ୍ର ସ୍ଵଭାବ ଉପରେ ନିୟନ୍ତ୍ରଣ ରଖିବେ। ଶାରୀରିକ ଏବଂ ମାନସିକ ସ୍ତରରେ ଶିଥିଳତା ଅନୁଭବ କରିବେ। ଅଧିକ ପରିଶ୍ରମ ପରେ ମଧ୍ୟ ଅଳ୍ପ ସଫଳତା ପ୍ରାପ୍ତ ହେବ। ସନ୍ତାନମାନଙ୍କର ବିଷୟରେ ମଧ୍ୟ ଆପଣଙ୍କୁ ଚିନ୍ତା ରହିବ। ବ୍ୟସ୍ତତା ଯୋଗୁଁ ପରିଜନମାନଙ୍କ ଉପରେ କମ ଧ୍ୟାନ ଦେଇ ପାରିବେ। ଉଦର ରୋଗରେ ପେଟରେ ଯନ୍ତ୍ରଣାର ଆଶଂକା ଅଛି। ଯାତ୍ରା ଯଦି ହୁଏ ତେବେ ଆଜି ଟାଳିବାକୁ ଚେଷ୍ଟା କରିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ପ୍ରାପ୍ତ ହେବ।ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

କର୍କଟ : ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ । ଚାକିରି- ଧନ୍ଦା କିମ୍ବା ବ୍ୟବସାୟରେ ଲାଭ ପ୍ରାପ୍ତି ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରି, ଯାତ୍ରାର ଆୟୋଜନ କରିବେ, ବିବାହୋତ୍ସୁକ ଯୁବକ-ଯୁବତୀମାନଙ୍କର ବିବାହ ପାଇଁ ସୁବର୍ଣ୍ଣ ସୁଯୋଗ ଆସିବ। ପୁତ୍ର ତଥା ପତ୍ନୀଙ୍କଠାରୁ ଲାଭ ହେବ। ବୃଦ୍ଧ ଏବଂ ବୃଦ୍ଧ ବନ୍ଧୁ ମଧ୍ୟ ଆପଣଙ୍କ ଲାଭରେ ନିମିତ୍ତ ବନିବେ। ସ୍ନେହୀଜନ ଏବଂ ମିତ୍ରମାନଙ୍କ ତରଫରୁ ଲାଭ ମିଳିବ। ଉଚ୍ଚ ପଦାଧିକାରିମାନଙ୍କର କୃପାଦୃଷ୍ଟି ରହିବ। ସାଂସାରିକ ଜୀବନରେ ଆନନ୍ଦ ଅନୁଭବ କରିବେ।ପ୍ରତିକାର : ପିତା ମାତାଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ସିଂହ : ଆଜି ଆପଣଙ୍କୁ ଲାଗିବ ଯେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଆପଣଙ୍କର ଆଖପାଖ ଲୋକଙ୍କୁ ମଧ୍ୟ ଏହାହିଁ ଲାଗିବ । ଆଜି ଆପଣ ନିଜ ପରିବାର ଏବଂ କାର୍ଯ୍ୟାଳୟର ଲୋକମାନଙ୍କ ପାଇଁ ମଧ୍ୟ ଭାଗ୍ୟଶାଳୀ ପ୍ରମାଣିତ ହେବେ । ଆଜିର ଦିନ ଶୁଭ ଫଳ ପ୍ରଦାନ କରିବ। ଗୃହସ୍ଥଜୀବନ ଆନନ୍ଦପ୍ରଦ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଉପର ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ପିତା ଏବଂ ବଡ଼ମାନଙ୍କଠାରୁ ଲାଭ ହେବାର ସମ୍ଭାବନା ଅଛି। ବ୍ୟବସାୟ କ୍ଷେତ୍ରରେ ଯାତ୍ରା ହୋଇପାରେ। କାର୍ଯ୍ୟଭାରରେ ବୃଦ୍ଧି ହେବ। ତଥାପି ମଧ୍ୟ ଆର୍ଥିକ ଯୋଜନା ବହୁତ ଭଲ ଭାବରେ କରି ପାରିବେ।ପ୍ରତିକାର:- ମସୁର ଡାଲି ମନ୍ଦିରରେ ଦାନ କରନ୍ତୁ।

କନ୍ୟା : ଛାତ୍ରମାନେ ଅଧ୍ୟୟନରେ ଅଧିକ ଭାରାକ୍ରାନ୍ତ ହୋଇ କ୍ଳାନ୍ତି ଅନୁଭବ କରିବେ ଏବଂ ବିଶ୍ରାମ କରିବେ । ଆଜି ଦିନରେ ସାଂଗ ସାଥିମାନଙ୍କ ସହ ଭ୍ରମଣ କିମ୍ବା ଚାପାନ କରି ମାନସିକ କ୍ଳାନ୍ତି ମେଣ୍ଟାଇବେ । ଏହା ସ୍ୱାସ୍ଥ୍ୟ ପାଇଁ ଭଲ । ଲମ୍ବା ସମୟର ଆର୍ଥିକ ଯୋଜନା ପାଇଁ ଅନୁକୂଳ ଦିନ ଅଟେ। ଆର୍ଥିକ ଏବଂ ବ୍ୟବସାୟ ଦୃଷ୍ଟିରୁ ଦିନ ଲାଭଦାୟକ ଅଟେ। ଶାରୀରିକ ଏବଂ ମାନସିକ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ। ମିତ୍ର ତଥା ସ୍ଵଜନମାନଙ୍କ ତରଫରୁ ଉପହାର ମିଳିବ। ତାଙ୍କ ସହିତ ସମୟ ଆନନ୍ଦରେ ବ୍ୟତୀତ ହେବ। ତାଙ୍କ ସହିତ କୌଣସି ସମାରୋହ କିମ୍ବା ପର୍ଯ୍ୟଟନରେ ଯିବାର ସମ୍ଭାବନା ଦେଖାଯାଉଛି। ସଦଭାବନା ସହିତ କରାଯାଇଥିବା ପରୋପକାରୀ କାର୍ଯ୍ୟ ଆପଣଙ୍କୁ ଆନ୍ତରିକ ଖୁସି ଦେବ।ପ୍ରତିକାର:- କୌଣସି ଜିନିଷ କାହାଠାରୁ ମାଗଣାରେ ଗ୍ରହଣ କରନ୍ତୁ ନାହିଁ।

ତୁଳା : ଆଜି ଆପଣ ସବୁ କାର୍ଯ୍ୟ ଗୁଡ଼ିକ ସମାଜର କଲ୍ୟାଣ ଏବଂ ପରିବାରର କଲ୍ୟାଣ ନିମିତ୍ତ କରିବେ । ଆଜି ଆପଣ କିଛି ଦାନ କରିବେ, ଅଥବା ନିଜ ପ୍ରିୟଜନ ପାଇଁ ଉପହାର କିଣିବେ । ଆପଣଙ୍କର ଏହି କାର୍ଯ୍ୟ ପାଇଁ ଅବଶ୍ୟ କାହାକୁ ଲାଭ ମିଳିପାରିବ । ଆଜି ଆପଣଙ୍କ ବାଣୀର ଜାଦୁ କାହାକୁ ଅଭିଭୂତ କରି ଆପଣଙ୍କୁ ଲାଭ ଦେବ। ବାଣୀର ମାଧୁର୍ଯ୍ୟ ନୂଆ ସମ୍ବନ୍ଧ ସ୍ଥାପିତ କରିବାରେ ସହାୟତା କରିବ। ଶୁଭକାର୍ଯ୍ୟ କରିବାର ପ୍ରେରଣା ମିଳିବ । ପଠନ-ଲେଖନ ପରି ସାହିତ୍ୟ ପ୍ରବୃତ୍ତିଗୁଡ଼ିକରେ ଅଭିରୁଚି ବଢ଼ିବ। ପରିଶ୍ରମ ଅପେକ୍ଷିତ ପରିଣାମ ମିଳିବ ନାହିଁ ଏହା ସତ୍ତ୍ୱେ ଆପଣଙ୍କ କାମରେ ତତ୍ପରତା ଏବଂ କୁଶଲତା ଆପଣଙ୍କ ପ୍ରଗତିରେ ସହାୟକ ହେବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ସମ୍ଭବ ହୋଇପାରେ। ପେଟର ଅସୁବିଧା ଚିନ୍ତିତ କରିବ।ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

ବିଚ୍ଛା : ଆଜି ବହୁତ ଖୁସିରେ ରହିବେ,କାରଣ ଆପଣଙ୍କ ସମସ୍ୟାର ସମାଧାନ ପାଇଛନ୍ତି ବହୁଦିନ ଧରି ଅନେକ ଅସୁବିଧାରେ ସମୁଖୀନ ହୋଇଆସୁଥିଲେ । ଦ୍ୱନ୍ଦ୍ୱ ଯୋଗୁଁ ଆପଣ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେଇପାରିବେ ନାହିଁ। ବୈଚାରିକ ତୋଫାନରେ ମାନସିକ ଅସୁସ୍ଥତା ଅନୁଭବ କରିବେ। ଅତ୍ୟଧିକ ଭାବନାଶୀଳତା ଆପଣଙ୍କ ଦୃଢ଼ତାକୁ କମଜୋର କରିବ। ପାଣି ତଥା ଅନ୍ୟ ତରଳ ପଦାର୍ଥରୁ ସାବଧାନ ରୁହନ୍ତୁ। ପରିବାର କିମ୍ବା ଜମି ସମ୍ବନ୍ଧିତ ମାମଲାରେ ଚର୍ଚ୍ଚା ଏବଂ ଯାତ୍ରା ଟାଳିବାକୁ ଉପଦେଶ। ଶାରୀରିକ ଏବଂ ମାନସିକ ସୁସ୍ଥତାର ଅଭାବ ରହିବ।ପ୍ରତିକାର:- ଗୁଡ଼ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ଧନୁ : ଆଜି ଏଭଳି ଏକ ଦିନ ଯେଉଁଦିନ କି ଆପଣଙ୍କୁ ବିଦେଶରୁ ସୁସମ୍ବାଦ ମିଳିପାରେ । ଯଦି ଆପଣ ପରିବାର ବା ବନ୍ଧୁ ବିଦେଶରେ ରହୁଥାନ୍ତି । ତେବେ ଏହି ସୁସମ୍ବାଦ ତାଙ୍କ ତରଫରୁ ଆସିପାରେ ।ଆଜି ଆପଣ ବିଦେଶ ଯାତ୍ରା କରିପାରନ୍ତି । ଦୈନିକ କାର୍ଯ୍ୟଗୁଡ଼ିକରେ ଛୁଟିକରି ଆଜି ବାହର ବୁଲିବାକୁ ଏବଂ ମନୋରଞ୍ଜନ ପ୍ରବୃତ୍ତି ପାଇଁ ସମୟ ବାହାର କରିପାରନ୍ତି। ପରିବାରର ଲୋକ ଏବଂ ମିତ୍ରମାନଙ୍କର ସମାବେଶ କରିବେ, ଯାହା କି ଆନନ୍ଦପ୍ରଦ ରହିବ। ଶାରୀରିକ ଏବଂ ମାନସିକରୂପରେ ଆପଣ ପୂରା ଦିନ ପ୍ରଫୁଲ୍ଲିତ ରହିବେ। ଆପଣଙ୍କ ମାନସମ୍ମାନରେ ମଧ୍ୟ ବୃଦ୍ଧି ହେବ।ପ୍ରତିକାର : କଳା କୁକୁରର ସେବା କରନ୍ତୁ ।

ମକର:-
ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ। ବ୍ୟବସାୟ କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସାହାଯ୍ୟ ପାଇବେ। ସୁନା, ରୂପା, କଂସା, ପିତ୍ତଳ, ତେଜରାତି, ଷ୍ଟେସନାରୀ, ଔଷଧ ବ୍ୟବସାୟୀ ମାନଙ୍କର ଆଶାତିତ ଲାଭ ହେବ। କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ। ଶରିର ସୁସ୍ଥ ରହିବ। ସରକାରୀ କ୍ଷେତ୍ରରେ ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ। ପ୍ରତିକାର: ଅସହାୟ ଓ ବୃଦ୍ଧାଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ।

କୁମ୍ଭ:-
ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ବନ୍ଧୁ ମିତ୍ରଙ୍କ ସାହାଯ୍ୟରେ ବାକି ପଡ଼ିଥିବା ଅର୍ଥ ପ୍ରାପ୍ତି ହେବ। କର୍ମ ନିଯୁକ୍ତି କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂରଣ ହେବ। ପୁରାତନ ରୋଗର ପ୍ରକୋପ ହ୍ରାସ ହେବ। ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଶାନ୍ତି ଅନୁଭବ କରିବେ। ସ୍ତ୍ରୀମାନଙ୍କର ସୌଖୀନ ଦ୍ରବ୍ୟାଦି ବ୍ୟବସାୟରେ ବିଶେଷ ଲାଭ କରିପାରିବେ। ପ୍ରତିକାର : ଅଶ୍ୱତ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ।

ମୀନ:-
ବ୍ୟବସାୟରେ ଉତ୍ତମ ରୋଜଗାର ହେବ । ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ। ଜାଗା, ଜମି, ସ୍ଥାବର ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ। ହର୍ସୋଲ୍ଲାସ ବାତାବରଣ ପରିବାରରେ ଖେଳିଯିବ। ଅଟକି ଥିବା କାର୍ଯ୍ୟ ଚାଲୁ ହେବ, ସନ୍ତାନମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ। ହେବେ। ବନ୍ଧୁଙ୍କୁ ଦେଇଥିବା ପ୍ରତିସୂତି ରକ୍ଷାକରିବା ଫଳରେ ମନ ଭଲ ରହିବ। ପ୍ରତିକାର : ଗାଈକୁ ପରିବା ଘାସ ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *