05 ନଭେମ୍ବର 2019 ମଙ୍ଗଳବାର ରାଶିଫଳ,ଏହି ସବୁ ରାଶିଙ୍କ ଉପରେ ମା ମଙ୍ଗଳା ଆଜି ହେଲେ ପ୍ରସନ୍ନ

rasi-phala

ମେଷ : ଆଜି ଆପଣ କୌଣସି ଜଣେ ମହତ୍ତ୍ୱପୁର୍ଣ୍ଣ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଡି ପାରନ୍ତି । ଧ୍ୟାନ ରଖନ୍ତୁ ଯେପରିକି ସେ ବ୍ୟକ୍ତିଙ୍କ ସାମ୍ନାରେ ଆପଣ ନିଜକୁ ଭଲଭାବେ ପ୍ରସ୍ତୁତ କରିପାରିବେ । ଆପଣଙ୍କ ମନ ଆଜି ଖୁସି ରହିବ । ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ ।ଏହା ଆପଣଙ୍କୁ କାର୍ଯ୍ୟ ସମ୍ପାଦନରେ ଏକ ସକାରାତ୍ମକ ମନଭାବ ସୃଷ୍ଟି କରିବ । ଏହି ପ୍ରକାର ମନଭାବ ନେଇ ଆଗେଇ ଚାଲନ୍ତୁ ଓ ବାକି ରହିଥିବା କାମଗୁଡିକ ଶେଷ କରନ୍ତୁ । ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଗଭୀର ଚିନ୍ତନଶକ୍ତି ଏବଂ ଆଧ୍ୟାତ୍ମିକତା ଦୁଇଟିରେ ଆପଣଙ୍କ ମନ ବୁଡ଼ି ରହିବ। ନକାରାତ୍ମକ ବିଚାରକୁ ମନରୁ ବାହାର କରନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। କୋର୍ଟ-କଚେରୀର କାର୍ଯ୍ୟ ଆଜି ସମ୍ଭାଳିକରି କରନ୍ତୁ।ପ୍ରତିକାର:- ମସୁର ଡାଲି ମନ୍ଦିରରେ ଦାନ କରନ୍ତୁ।

ବୃଷ : ଆଜି କେହି ଜଣେ ଗୁରୁଜନ ଆପଣଙ୍କୁ ଉପଦେଶ ଦେବେ ଯାହାକି ଆପଣଙ୍କ ଜୀବନରେ ବହୁତ କାମ ଆସିବ । ଯଦିଓ ଆପଣ କାହାରି ଉପଦେଶ ଖୋଜୁ ନଥିଲେ ତଥାପି ଆପଣଙ୍କୁ ଲାଭ ଜନକ ଉପଦେଶ ମିଳିଯିବ । ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ହୋଇପାରେ । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି । ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। କାର୍ଯ୍ୟରେ ସଫଳତା ମିଳିବାରରୁ ଆଜି ଆପଣ ଆନନ୍ଦିତ ରହିବେ। ଆପଣଙ୍କ ଯଶ କୀର୍ତ୍ତିରେ ବୃଦ୍ଧି ହେବ। ପରିବାରର ବାତାବରଣ ଅନୁକୂଳ ରହିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ପ୍ରଫୁଲ୍ଲିତ ଅନୁଭବ କରିବେ। ବ୍ୟାପାର ଏବଂ ଭାଗିଦାରୀରେ ଲାଭ ହେବ।ପ୍ରତିକାର:- ଭୋକିଲା ଲୋକକୁ ନିରାଶ ନକରି ଅନ୍ନଦାନ କରନ୍ତୁ।

ମିଥୁନ : ଯଦି ଆପଣ ସାହାଯ୍ୟ ଚାହୁଁଥାନ୍ତି ତେବେ ଆଜି ନିଶ୍ଚିନ୍ତ ସାହାଯ୍ୟ ମିଳିବ । କେହି ଜଣେ ରାଜନୈତିକ ବ୍ୟକ୍ତି ଆପଣଙ୍କୁ ବିପଦ ସମୟରେ ସାହାଯ୍ୟ କରିବ । ଏହି ସହାୟତା ନେବା ପାଇଁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ । ଆଜି ଆପଣଙ୍କ ଖୁସିର ଠିକଣା ରହିବ ନାହିଁ । ଆଜି ଆପଣଙ୍କ ପରିବାର ଲୋକ କିମ୍ବା ବନ୍ଧୁ ମାନଙ୍କ ସହିତ କୌଣସି ଉତ୍ସବରେ ଯୋଗ ଦେବେ କିମ୍ବା ବାହାରକୁ ବୁଲିବାକୁ ଯିବେ । ଲେଖନୀକାର୍ଯ୍ୟ ଏବଂ ସୃଜନାତ୍ମକ ପ୍ରବୃତ୍ତି ପାଇଁ ଆଜିର ଦିନ ଶୁଭଅଟେ। ବୌଦ୍ଧିକ ଚର୍ଚ୍ଚାରେ ଲାଭ ନେବା ପାଇଁ ମଧ୍ୟ ଆଜି ଆପଣ ଭାବି ପାରନ୍ତି। ବୌଦ୍ଧିକ ଚର୍ଚ୍ଚାରେ ଭାଗ ନେବାରେ ଆପଣଙ୍କୁ ସଫଳତା ମିଳିବ। ଯଶ ଏବଂ କୀର୍ତ୍ତିରେ ବୃଦ୍ଧି ହେବ। ପ୍ରତିକାର:- ମାଦକ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।

କର୍କଟ : ଆଜି ଆପଣ କୌଣସି ଖୁସି ଖବର ଶୁଣିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଆଜି ଆପଣଙ୍କୁ ନିଜ ଲୋକଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ । ଆଜି ଆପଣଙ୍କର ଦିନଟି ବହୁତ ଭଲରେ କଟିବ । ଏହି ସମୟଟି ଆପଣ ନିଜ ଲୋକଙ୍କ ସହିତ କଟାଇ ପାରନ୍ତି । ସାମାଜିକ ସମାରୋହକୁ ଆପଣ ସର୍ବଦା ମନେରଖିବେ । ଆଜି ଆପଣଙ୍କ ଘରେ ଲୋକମାନଙ୍କ ଗହଳି ଚ଼ହଳି ଲାଗିରହିବ । ବୋଧହୁଏ ସେମାନେ ଆପଣଙ୍କ ଘରେ ରହିପାରନ୍ତି । ତଥାପି ଆପଣଙ୍କ ଦିନଚ଼ର୍ଯ୍ୟାରେ ପରିବର୍ତ୍ତନ ହେବ । ଆଜି ଆପଣଙ୍କ ଦିନ ଶୁଭଫଳଦାୟୀ ଅଟେ। ଆର୍ଥିକ ମାମଲାର ଆୟୋଜନ ହେବ। ବସ୍ତ୍ରାଭୂଷଣ ଏବଂ ସୌନ୍ଧର୍ଯ୍ୟ ଦ୍ରବ୍ୟ ପଛରେ ଅର୍ଥ ଖର୍ଚ୍ଚ ହେବ। ମାତାଙ୍କଠାରୁ ଲାଭ ହେବ। ମଧ୍ୟାହ୍ନ ପରେ ବିଚାରରେ ଶୀଘ୍ର ପରିବର୍ତ୍ତନ ଆସିବ। ନୂଆ କାମର ଆରମ୍ଭ ବୁଝି ବିଚାରି କରନ୍ତୁ।ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ସିଂହ : ଆଜି ଆପଣ ସାରାଦିନ ସାଙ୍ଗମାନଙ୍କ ସହିତ କଟାଇବେ ଓ ବହୁତ ମଜା କରିବେ । ଏହି ସମୟରେ ଆପଣଙ୍କର ସମ୍ପର୍କ ଦୃଢ଼ ହେବା ସହିତ ଆପଣଙ୍କର ନିକଟତର ଲୋକ ଆପଣଙ୍କ ଖୁସିର କାରଣ ହେବେ । ଆଜିର ଦିନ ଆପଣ ବହୁତ ମଜା କରନ୍ତୁ । ଆଜି ଆପଣ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ । ହଠାତ୍ ଆପଣଙ୍କ ବନ୍ଧୁ ଆପଣଙ୍କୁ ସାକ୍ଷାତ କରିବାପାଇଁ ଆପଣଙ୍କ ଘରକୁ ଆସି ପାରନ୍ତି । ତାଙ୍କ ସାଥିରେ ଖୁସି ମଉଜ କରନ୍ତୁ । କିନ୍ତୁ ଆଜି ଆପଣ ନିଜ କାର୍ଯ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଆପଣ ଆନନ୍ଦିତ ଅନୁଭବ କରିବେ। ପରିଜନମାନଙ୍କ ସହିତ ପାରିବାରିକ ପ୍ରଶ୍ନର ଚର୍ଚ୍ଚାର ଆୟୋଜନ ହୋଇପାରେ। ଆଜି ଭାଗ୍ୟବୃଦ୍ଧିର ଯୋଗ ଅଛି। ମହିଳାମାନଙ୍କ ପଛରେ ଧନ ବ୍ୟୟ ହୋଇପାରେ। ଜମି, ବାସଗୃହ, ବାହନ ଆଦିର ସଉଦା ସମ୍ଭାଳି କରି କରନ୍ତୁ।ପ୍ରତିକାର:- ମସୁର ଡାଲି ମନ୍ଦିରରେ ଦାନ କରନ୍ତୁ।

କନ୍ୟା : ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ । ଆଜି ଆପଣ ବନ୍ଧୁଙ୍କ ସହିତ ଝଗଡ଼ା କରିବା ଦ୍ୱାରା ଚ଼ିନ୍ତାରେ ପଡ଼ିଯିବେ । ଏହି କଥା ପାଇଁ ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ ଏବଂ ବହୁତ ବୁଦ୍ଧିର ସହିତ ଆପଣଙ୍କୁ ଏହି ପରିସ୍ଥିତିକୁ ସମ୍ଭାଳିବା ପାଇଁ ପଡ଼ିବ । ଦୃଢ଼ତାର ସହିତ ଆପଣ ସାବଧାନପୂର୍ବକ କାମ କରିବେ। ବ୍ୟବସ୍ଥିତ ରୂପରେ ଆର୍ଥିକ ବିଷୟଗୁଡ଼ିକ ସମ୍ଭାଳି ନେବେ। ନିଜର କଳାତ୍ମକ ବିଚାରକୁ ଭଲ ଭାବରେ କରିବେ। ବସ୍ତ୍ର, ଆଭୂଷଣ, ସୌଂଦର୍ଯ୍ୟ ପ୍ରସାଧନ ଏବଂ ମନୋରଞ୍ଜନ ପଛରେ ଧନ ଖର୍ଛ ହେବ। କୌଟୁମ୍ବିକ ସୁଖ-ଶାନ୍ତି ରହିବ। ଉତ୍ତମ ଦାମ୍ପତ୍ୟ ଜୀବନଙ୍କର ଅନୁଭୂତି ହେବ। ଧନ ଲାଭର ଆଶା ରଖିପାରନ୍ତି।ପ୍ରତିକାର-ପିତା ମାତାଙ୍କ ଆଜ୍ଞା ପାଳନ କରନ୍ତୁ।

ତୁଳା – ଆପଣ ନିଜର ପରିବାରର ଆର୍ଥିକ ଆବଶ୍ୟକତାକୁ ଆଜି ସମ୍ପୂର୍ଣ୍ଣ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ମନରେ ଉତ୍ସାହ ତଥା ବିଚାରରେ ସ୍ଥିରତା କାରଣରୁ ସମସ୍ତ କାର୍ଯ୍ୟ ଆପଣ ଭଲ ଭାବରେ କରି ପାରିବେ। ଆଜି ମନୋରଞ୍ଜନ, ସୌନ୍ଧର୍ଯ୍ୟ-ପ୍ରସାଧନ, ଆଭୂଷଣ ଆଦିରେ ଖର୍ଚ୍ଚ ହେବ। ଆଜି ଭ୍ରମ ଯୋଗୁଁ ବିଚଳିତହୋଇ ସମ୍ଭାବନା ଶାନ୍ତି ଓ ନିରଳା ମାନସିକ ଭାବନାରେ ଏହାର କାରଣ ଖୁଜି ବସନ୍ତୁ । ଆପଣ ନିଜର ବଂଧୁ ଓ ପରିବାର ସହ ସଦସ୍ୟଙ୍କ ସହ ଖୋଲା ମନରେ କିଛି ସମୟ ଆଲୋଚନା କରନ୍ତୁ । ନୂଆ ଯୋଜନାକୁ ଅମଳରେ ଆଣିବା ପାଇଁ ଶୁଭ ଦିନ ଅଟେ। ଚାକିରିପେଶା ଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କ ତଥା ସରକାରଙ୍କ ତରଫରୁ ପରିଶ୍ରମର ଭଲ ଫଳ ମିଳିବ। ପ୍ରତିକାର : ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ।

ବିଛା – ଆପଣଙ୍କ କାର୍ଯ୍ୟକ୍ଷେତ୍ର ପାଇଁ ଆଜିର ଦିନ ବିଶେଷ ହୋଇପାରେ। ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ। ଆପଣ ଆଜି ନିଜର କାର୍ଯ୍ୟ ଦୃଢ ମନୋବଳ ଏବଂ ପୂର୍ଣ୍ଣ ଆତ୍ମବିଶ୍ଵାସ ସହିତ ସଂପନ୍ନ କରିବେ। ପିତାଙ୍କ ସହିତ ସଂବନ୍ଧ ପ୍ରେମପୂର୍ଣ୍ଣ ରହିବ ଏବଂ ତାଙ୍କଠାରୁ ଲାଭ ମଧ୍ୟ ହେବ। ଜମି, ବାହନ, ସଂପତ୍ତି ସଲଗ୍ନ କାର୍ଯ୍ୟ କରିବାକୁ ଆଜିର ଦିନ ଅନୁକୂଳ ଅଟେ।  ଆପଣ ଯେକୌଣସି ପ୍ରକାର ସାହାଯ୍ୟ ଚାହୁଁଛନ୍ତି ଆପଣଙ୍କୁ ମିଳିପାରିବ । ସେଥିପାଇଁ ସାହାଯ୍ୟ ମାଗିବାକୁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ ।ଆଜି ଆପଣଙ୍କ ଅହଂକାରର କାରଣରୁ ଝଗଡ଼ା ହେବାର ଆଶଂକା ଅଛି। ଶାରୀରିକ ଏବଂ ମାନସିକ ଚିନ୍ତା ସହିତ ଆଜିର ଦିନ କଟିବ। ସ୍ଵଭାବରେ ଉତ୍ତେଜନାଯୋଗୁଁ କାମ ବିଗିଡ଼ିବାର ଆଶଂକା ଅଛି,ପ୍ରତିକାର – ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ଧନୁ : ଆଜି ଭାବନାର ପ୍ରବାହ ସରାବୋରରେ ରହିବେ। ସ୍ଵାଦିଷ୍ଟ ଭୋଜନ କରିବା ଏବଂ ବାହରକୁ ବୁଲିବାକୁ ଯିବାର ଆୟୋଜନ ହେବ। ମାଙ୍ଗଳିକ ମୁହୂର୍ତ୍ତରେ ଉପସ୍ଥିତ ହେବେ। ଆନନ୍ଦଦାୟକ ଯାତ୍ରା ହେବ। ଧନଲାଭ ହେବ।  ଆଜିର ଦିନ ଶୁଭଫଳଦାୟୀ ହେବ। ଶରୀର ଏବଂ ମନ ଅସୁସ୍ଥ ରହୁଥିଲେ ମଧ୍ୟ ଆପଣ ନିଜର ଅସଂପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସଂପୂର୍ଣ୍ଣ କରି ପାରିବେ। ଆର୍ଥିକ ଆୟୋଜନ ମଧ୍ୟ ବହୁତ ଭଲ ଭାବରେ କରି ପାରିବେ। କାର୍ଯ୍ୟାଳୟରେ ସହକର୍ମିମାନଙ୍କ ସହଯୋଗ ଆପଣଙ୍କୁ ମିଳିବ। ପରିଜନ ଏବଂ ମିତ୍ରମାନଙ୍କର ଘନିଷ୍ଠତାରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ଆନନ୍ଦଦାୟୀ ରହିବ। ବ୍ୟାପାରରେ ବୃଦ୍ଧି କରି ପାରିବେ।ପ୍ରତିକାର:- ଦରିଦ୍ର ନାରାୟଣଙ୍କୁ ଖାଦ୍ୟ ଦିଅନ୍ତୁ।

ମକର : ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ପାରିବାରିକ ଝଗଡାରେ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ନକାରାତ୍ମକ ମାନସିକତା ଆପଣାନ୍ତୁନାହିଁ। ଘରର ସଦସ୍ୟମାନଙ୍କ ସହିତ ଭ୍ରାନ୍ତି ନ ହେଉ ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କର ମନରେ ଗ୍ଲାନିର ଛାୟା ଦୂର ହେବ, ଏବଂ ଆନନ୍ଦ ଆସିବ। ନୂଆ କାର୍ଯ୍ୟ କରିବା ପାଇଁ ଆପଣ ପ୍ରସ୍ତୁତ ହେବେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷ ବିଜୟ ପ୍ରାପ୍ତ ହେବ। ଯାତ୍ରାର ଯୋଗ ଅଛି।

କୁମ୍ଭ : ଆଜିର ଦିନ ଲାଭକାରୀ ଅଟେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ସମ୍ମାନିତ ହେବେ। ବ୍ୟବସାୟ କିମ୍ବା ବ୍ୟାପାରରେ ପଦୋନ୍ନତି ହେବ। ଉଚ୍ଚ ଅଧିକାରୀ ତଥା ଉପର କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ଆୟ ବଢିବ। ମିତ୍ରମାନଙ୍କ ସହ ଭେଟ ହେବ। କୌଣସି ମନୋହର କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା ହେବ। ସନ୍ତାନମାନଙ୍କ ସନ୍ତୋଷଜନକ ପ୍ରଗତି ରେ ଆପଣଙ୍କ ମଧ୍ୟ ହୃଦୟ-ମନ ପ୍ରସନ୍ନ ରହିବ। ସାଂସାରୀକ ଜୀବନରେ ଆନନ୍ଦ ରହିବ।

ମୀନ : ବୌଦ୍ଧିକ ତଥା ସେଥିରେ ସମ୍ବନ୍ଧିତ ଲେଖନ କାର୍ଯ୍ୟରେ ଆଜି ଆପଣ ସକ୍ରିୟ ରହିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ। ଲମ୍ବା ଯାତ୍ରା ତଥା ଧାର୍ମିକ ଯାତ୍ରାର ଯୋଗ ଅଛି, ଯେଉଁଥିରେ କୌଣସି ବଡ ପ୍ରତିଷ୍ଠାନର ଭେଟ ଆପଣ ନେବେ। ବିଦେଶରୁ ମିତ୍ର ତଥା ସ୍ନେହୀଜନମାନଙ୍କ ସହ ମିଳାମିଶା ରହିବ। ଶରୀରରେ ଉଲ୍ଲାସ ଏବଂ ଆଳସ୍ୟ ଉଭୟ ଅନୁଭବ ହେବ। ବିନା କୌଣସି ବିଘ୍ନରେ ଆପଣଙ୍କ କାର୍ଯ୍ୟ ସଂପନ୍ନ ହେବ। ଧନଲାଭର ଯୋଗ ଅଛି। ମିତ୍ରମାନଙ୍କଠାରୁ ଲାଭ ହେବ।

Leave a Reply

Your email address will not be published. Required fields are marked *