1 ନଭେମ୍ବର 2019 ଶୁକ୍ରବାର ରାଶିଫଳ- ଏହି ସବୁ ରାଶିଙ୍କ ପାଇଁ ଦୀନଟି ଅତ୍ୟନ୍ତ ଶୁଭଙ୍କର

rasi-phala

ମେଷ : ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆଜିକା ଦିନଟି ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି । ଆପଣ ବହୁଦିନରୁ କିଛି କହିବାକୁ ଚ଼ାହୁଁଛନ୍ତି କିନ୍ତୁ କରିପାରୁନାହାନ୍ତି । ଆଜିକା ଦିନଟିକୁ ବ୍ୟବହାର କରି ଆପଣ ନିଜର ରଚ଼ନାତ୍ମକତାକୁ ଅଭିବ୍ୟକ୍ତ କରି ପାରନ୍ତି । ପରିଜନମାନଙ୍କ ସହିତ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖିବେ, ଅନ୍ୟଥା ଅସୁବିଧା ହୋଇପାରେ। ସ୍ଵାସ୍ଥ୍ୟ ଖରାପ ରହିବ, ଥଣ୍ଡା, କଫ, ଜ୍ୱରର ସମସ୍ୟା ହୋଇପାରେ। ନିରର୍ଥକ ଆର୍ଥିକ ଖର୍ଚ୍ଚରୁ ବଞ୍ଚନ୍ତୁ। ଯାତ୍ରା କିମ୍ବା ପର୍ଯ୍ୟଟନକୁ ଟାଳିବାକୁ ଚେଷ୍ଟାକଲେ ଭଲ ହେବ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ : ଆଜି ଆପଣ ନିଜ କଳାକୁ ଚ଼ିହ୍ନି ପାରିବେ ନିଜର ସବୁ ଦିନିଆ ଦିନଚ଼ର୍ଚ୍ଚାରେ କିଛି ପରିବର୍ତ୍ତନ ଆଣନ୍ତୁ । ଛୋଟ ଛୋଟ କଥାରେବି ଆପଣଙ୍କର ନିଜର ତିକ୍ଷଣ ବୁଦ୍ଧି ପାଇଁ ପ୍ରଶଂସା ମିଳିବ । ଆଜି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ଆପଣ ବିଜୟ ପ୍ରାପ୍ତ କରି ପାରିବେ। ମାନ-ସମ୍ମାନ ମିଳିବ। ମଧ୍ୟାହ୍ନ ପରେ ସ୍ଥିତି ଟିକେ ବଦଳିପାରେ। କାହା ସହିତ ଧନ ଦେଣ-ନେଣରେ ଦାୟିତ୍ୱହୀନତା କରନ୍ତୁ ନାହିଁ। ଛୋଟ ଯାତ୍ରା କରିପାରନ୍ତି।

ମିଥୁନ : କାର୍ଯ୍ୟ କୁଶଳତାର ଗୁଣ ଆପଣଙ୍କ ଭିତରେ ବହୁପରିମାଣରେ ଅଛି ଯାହା ଏହିଦିନ ଆହୁରୀ ଅଧିକ ବଢ଼ି ଯିବ । ଆପଣ ସକାରାତ୍ମକ ଏବଂ ରଚ଼ନାତ୍ମକ ଉର୍ଜାରେ ଅଛନ୍ତି । ଏଥିପାଇଁ ଆପଣ ସହଜରେ ସମସ୍ୟାର ସମାଧାନ ଖୋଜି ବାହାର କରିପାରିବେ । ଶାରୀରିକ ଏବଂ ମାନସିକ ରୂପରେ ବ୍ୟଗ୍ରତା ଅନୁଭବ ହୋଇପାରେ। ଅଯଥା ଧନର ବ୍ୟୟ ନ ହେଉ, ଏହାର ଧ୍ୟାନ ରଖିବେ। ପରନ୍ତୁ ମଧ୍ୟାହ୍ନ ପରେ ମିତ୍ରମାନଙ୍କ ସହିତ ଭେଟ ହେବ ଏହାଦ୍ୱାରା ଆପଣ ପ୍ରସନ୍ନ ହେବେ। ଆର୍ଥିକ ଲାଭ ହେବ। ଭାଇ-ବନ୍ଧୁମାନଙ୍କ ସହିତ ପ୍ରେମ ବଢ଼ିବ। ଭାଗ୍ୟବୃଦ୍ଧିର ପ୍ରସଙ୍ଗ ବନିବ।

କର୍କଟ : କାର୍ଯ୍ୟ କୁଶଳତାର ଗୁଣ ଆପଣଙ୍କ ଭିତରେ ବହୁପରିମାଣରେ ଅଛି ଯାହା ଏହିଦିନ ଆହୁରୀ ଅଧିକ ବଢ଼ି ଯିବ । ଆପଣ ସକାରାତ୍ମକ ଏବଂ ରଚ଼ନାତ୍ମକ ଉର୍ଜାରେ ଅଛନ୍ତି । ଏଥିପାଇଁ ଆପଣ ସହଜରେ ସମସ୍ୟାର ସମାଧାନ ଖୋଜି ବାହାର କରିପାରିବେ । କାର୍ଯ୍ୟରେ ସଫଳତା ପାଇବା ପାଇଁ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପାଇଁ ଆଜି ଉତ୍ତମ ଦିନ ଅଟେ। ଆପଣଙ୍କ ନିକଟରେ ବିଚାରରେ ଆଜି ସ୍ଥିରତା ରହିବ, ଯେଉଁଥିରେ କୌଣସି କାର୍ଯ୍ୟ ଭଲ ଭାବରେ କରି ପାରିବେ। କଳାକାମାନଙ୍କୁ ନିଜର କଲା ପ୍ରଦର୍ଶିତ କରିବାପାଇଁ ମୌକା ମିଳିବ ଏବଂ ତାଙ୍କର ସମ୍ମାନ ମଧ୍ୟ ହେବ। ଜୀବନସାଥୀ ସହିତ ଅଧିକ ନିକଟତା ଅନୁଭବ କରିବେ। ମିତ୍ରମାନଙ୍କ ସହିତ ଛୋଟ ଯାତ୍ରା କିମ୍ବା ପର୍ଯ୍ୟଟନ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ। ଧନଲାଭ ହେବ।ପ୍ରତିକାର:-ଗୋମାତାର ସେବାକରିବା ଆବଶ୍ୟକ।

ସିଂହ : ଆପଣଙ୍କର ରଚ଼ନାତ୍ମକତାକୁ ଆଜି ସମ୍ମାନ ଦିଆଜିବ । ଆଜି ଆପଣ ଅନ୍ୟମାନଙ୍କୁ ଅସୁବିଧାର ସମାସ୍ୟାରୁ ବାହାରକୁ ବାହାରିବାର ରାସ୍ତା ମଧ୍ୟ କହିବେ । ଆପଣଙ୍କୁ ଆପଣଙ୍କ ଦଳର ସମର୍ଥନ ମିଳିପାରିବ ,ଯଦି ଆପଣ ନିଜର ବିଚାରକୁ ସେମାନଙ୍କ ଆଗରେ ବ୍ୟକ୍ତ କରିବେ । ଆପଣ ନିଜେହିଁ ସବୁକାମ କରି ପାରିବେ କିନ୍ତୁ ନିଜ କାର୍ଯ୍ୟକୁ ଦଳ ମଧ୍ୟରେ ସମାନ ପରିମାଣରେ ଭାଗକରି ଦିଅନ୍ତୁ । ଆଜି ଆପଣ ଧାର୍ମିକ କାର୍ଯ୍ୟ ଆଡ଼କୁ ଢଳିବେ। କୌଣସି ତୀର୍ଥ ସ୍ଥାନର ଦର୍ଶନ ହେବାର ସଂଯୋଗ ଅଛି। ବିଦେଶ ଗମନ ପାଇଁ ଅବସର ନିର୍ମିତ ହେବ। ଭାଇ-ବନ୍ଧୁମାନଙ୍କର ଲାଭ ହେବ। ଅଫିସ୍ ରେ ଉଚ୍ଚ ପଦାଧିକାରିମାନଙ୍କଠାରୁ ସମ୍ଭାଳିକରି ରୁହନ୍ତୁ। ଆଜି ଆର୍ଥିକ ଲାଭର ଦିନ ଅଟେ। ଶାରୀରିକ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ।ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

କନ୍ୟା – ଆଜି ଦିନରେ ଆପଣ ଅତି ସାବଧାନରେ ସମସ୍ତ କଥା ଚିନ୍ତା କରିବେ । ଏଭଳି ଅବସ୍ଥାରେ ପହଞ୍ଚିବା ପାଇଁ କେତେ କଠିନ ପରିଶ୍ରମ କରିଛନ୍ତି ତାହା ଚିନ୍ତା କରି ଆନନ୍ଦିତ ହେବେ ଏବଂ ଭବିଷ୍ୟତ ଆପଣଙ୍କ କିପରି ହେବ ତାହା ମଧ୍ୟ ଚିନ୍ତା କରିବେ । ଆଜି ଆପଣ ବିଶ୍ରାମ କରନ୍ତୁ କାରଣ ଆପଣଙ୍କୁ କିଛି ସମସ୍ୟା ପାଇଁ ଅସୁବିଧା ହୋଇ ପାରେ । ବେଶୀ ଚ଼ିନ୍ତା କରନାହିଁ, ଆପଣଙ୍କର ସମସ୍ତ ସମସ୍ୟା ଶୀଘ୍ରହିଁ ଶେଷ ହୋଇଯିବ ।ପରିବାରରେ ଖୁସି ଏବଂ ଆନନ୍ଦର ମାହୌଲ ରହିବ। ଚାକିରି ଏବଂ ବ୍ୟବସାୟରେ ଆପଣଙ୍କୁ ଲାଭର ସମାଚାର ମିଳିବ। ଉଚ୍ଚ ଅଧିକାରୀ ଆପଣଙ୍କଠାରୁ କାର୍ଯ୍ୟଗୁଡ଼ିକର ପ୍ରଶଂସା ମିଳିବ। ବୈବାହିକ ଯୋଗ ଅଛି। ମହିଳା ମିତ୍ରମାନଙ୍କର ବିଶେଷ ଲାଭ ହେବ। ଦାମ୍ପତ୍ୟଜୀବନରେ ମାଧୁର୍ଯ୍ୟର ଆନନ୍ଦ ନେବେ,ପ୍ରତିକାର–ହନୁମାନ ମନ୍ଦିରରେ ବୁନ୍ଦିଲଡୁ ଭୋଗକରି ବାଣ୍ଟନ୍ତୁ।

ତୁଳା – ଆଜି ଆପଣ ନିଜର ଅତିତକଥା ମନେ ପକାଇ ଖୁସି ରହିବେ । ସପ୍ତାହଶେଷରେ ବନ୍ଧୁ ଏବଂ ସମ୍ପର୍କିୟଙ୍କୁ ଭେଟିବାକୁ ଇଛା କରିବେ । ଏହା ଆପଣଙ୍କୁ ବିଗତ ଦିନର ସ୍ମୃତି ଚାରଣ କରିବାରେ ସାହାଯ୍ୟ କରିବ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ । ଘରସଜ୍ଜା ଉପରେ ବିଶେଷ ଧ୍ୟାନ ଦେବେ। ନୂଆ ଘରପାଇଁ ଦ୍ରବ୍ୟ କିଣିବାର ସଂଭାବନା ଅଛି। ବ୍ୟାପାରିମାନଙ୍କ ଏବଂ ଚାକିରି କରୁଥିବା ଲୋକମାନଙ୍କର ଲାଭ ତଥା ପଦୋନ୍ନତିର ଆଶା ରଖିପାରନ୍ତି। ପାରିବାରିକ ସୁଖ-ଶାନ୍ତିର ବାତାବରଣ ରହିବ। ସରକାରୀ ଲାଭ ମିଳିବ। ଆପଣଙ୍କ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ,ପ୍ରତିକାର– ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

ବିଚ୍ଛା : ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ହେବ। ସୁଖ ଏବଂ ସନ୍ତୋଷ ଅନୁଭବ ହେବ। ପରିବାରଜନମାନଙ୍କ ସହିତ ଆନନ୍ଦପୂର୍ଣ୍ଣ ଦିନ ସଂପନ୍ନ ହେବ। ଆଜି ଶୁଭ ସମାଚାର ମିଳିବ। ମଧ୍ୟାହ୍ନ ପରେ ପରିବାରରେ ଝଗଡାର ବାତାବରଣ ରହିବ, ସେଥିପାଇଁ ଭ୍ରାନ୍ତି ଦୂର କରନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ। ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ିବ। ବିଦ୍ୟାର୍ଥିମାନଙ୍କ ପାଇଁ ପାଠପଢ଼ାରେ ଅସୁବିଧା ହେବ।

ଧନୁ : ଆଜିର ଦିନ ଦୁର୍ଘଟଣା ଏବଂ ଶଲ୍ୟ ଚିକିତ୍ସାରେ ସମ୍ଭାଳିକରି ଚାଲିବେ। ଆନନ୍ଦ-ପ୍ରମୋଦ ପଛରେ ଆପଣ ଅଧିକ ଖର୍ଚ୍ଚ କରିବେ। ସ୍ଵଭାବରେ କିଛି ଉଗ୍ରତା ରହିବ। ବନ୍ଧୁମାନଙ୍କ ସହିତ ମଧ୍ୟ ଅରୁଚିକର ଘଟଣାଏଁ ବନିବ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ପ୍ରସନ୍ନତା ଏବଂ ସୁସ୍ଥତା ମଧ୍ୟ ପ୍ରାପ୍ତ କରି ପାରିବେ। ମିତ୍ର, ସ୍ଵଜନମାନଙ୍କଠାରୁ ଉପହାର ମିଳିବ, ଦିନ ଆନନ୍ଦଦାୟୀ ରହିବ। ପରିବାରର ବାତାବରଣ ପ୍ରସନ୍ନତା ରହିବ।

ମକର : ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ପାରିବାରିକ ଝଗଡାରେ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ନକାରାତ୍ମକ ମାନସିକତା ଆପଣାନ୍ତୁନାହିଁ। ଘରର ସଦସ୍ୟମାନଙ୍କ ସହିତ ଭ୍ରାନ୍ତି ନ ହେଉ ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କର ମନରେ ଗ୍ଲାନିର ଛାୟା ଦୂର ହେବ, ଏବଂ ଆନନ୍ଦ ଆସିବ। ନୂଆ କାର୍ଯ୍ୟ କରିବା ପାଇଁ ଆପଣ ପ୍ରସ୍ତୁତ ହେବେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷ ବିଜୟ ପ୍ରାପ୍ତ ହେବ। ଯାତ୍ରାର ଯୋଗ ଅଛି।

କୁମ୍ଭ : ଆଜିର ଦିନ ଲାଭକାରୀ ଅଟେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ସମ୍ମାନିତ ହେବେ। ବ୍ୟବସାୟ କିମ୍ବା ବ୍ୟାପାରରେ ପଦୋନ୍ନତି ହେବ। ଉଚ୍ଚ ଅଧିକାରୀ ତଥା ଉପର କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ଆୟ ବଢିବ। ମିତ୍ରମାନଙ୍କ ସହ ଭେଟ ହେବ। କୌଣସି ମନୋହର କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା ହେବ। ସନ୍ତାନମାନଙ୍କ ସନ୍ତୋଷଜନକ ପ୍ରଗତି ରେ ଆପଣଙ୍କ ମଧ୍ୟ ହୃଦୟ-ମନ ପ୍ରସନ୍ନ ରହିବ। ସାଂସାରୀକ ଜୀବନରେ ଆନନ୍ଦ ରହିବ।

ମୀନ : ବୌଦ୍ଧିକ ତଥା ସେଥିରେ ସମ୍ବନ୍ଧିତ ଲେଖନ କାର୍ଯ୍ୟରେ ଆଜି ଆପଣ ସକ୍ରିୟ ରହିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ। ଲମ୍ବା ଯାତ୍ରା ତଥା ଧାର୍ମିକ ଯାତ୍ରାର ଯୋଗ ଅଛି, ଯେଉଁଥିରେ କୌଣସି ବଡ ପ୍ରତିଷ୍ଠାନର ଭେଟ ଆପଣ ନେବେ। ବିଦେଶରୁ ମିତ୍ର ତଥା ସ୍ନେହୀଜନମାନଙ୍କ ସହ ମିଳାମିଶା ରହିବ। ଶରୀରରେ ଉଲ୍ଲାସ ଏବଂ ଆଳସ୍ୟ ଉଭୟ ଅନୁଭବ ହେବ। ବିନା କୌଣସି ବିଘ୍ନରେ ଆପଣଙ୍କ କାର୍ଯ୍ୟ ସଂପନ୍ନ ହେବ। ଧନଲାଭର ଯୋଗ ଅଛି। ମିତ୍ରମାନଙ୍କଠାରୁ ଲାଭ ହେବ।

Leave a Reply

Your email address will not be published. Required fields are marked *